ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଗଡ୍‌ସ୍ ଓନ୍ ପିପୁଲ୍

Image result for odia movie god's own people

ନିର୍ଦ୍ଦେଶକ:ନୀଳ ମାଧବ ପଣ୍ଡା
ପ୍ରଯୋଜକ: ଅକ୍ଷୟ କୁମାର ପରିଜା
ସଙ୍ଗୀତ: ମହେଶ ରଞ୍ଜନ ପ୍ରଧାନ
ଚିତ୍ରଗ୍ରହଣ: ଇନ୍ଦ୍ରନୀଲ ଲାହିର
ସମ୍ପାଦକ: ପୁଲୋମା ପାଲ
କଥାଚିତ୍ରର ସମୟ:
୮୦ ମିନିଟ୍
ମୁକ୍ତିଲାଭ ବର୍ଷ: ୨୦୧୬

ଅଭିନୟ

  • ଅମିତାଭ ବଚ୍ଚନ- ଭାଷ୍ୟକାର


ଗଡ୍‌ସ୍ ଓନ୍ ପିପୁଲ୍, ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଉପରେ ଆଧାରିକ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ କୁମାର ପରିଜା । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନୀଳ ମାଧବ ପଣ୍ଡା । ଏହି ଚଳଚ୍ଚିତ୍ରଟି ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ମୁକ୍ତିଲାଭ କରିଥିଲା । ହିନ୍ଦୀ କଥାଚିତ୍ର ଜଗତର ଅଭିନେତା ଅମିତାଭ ବଚ୍ଚନ ଏହି ଚଳଚ୍ଚିତ୍ରର ଜଣେ କଥାକାର ଭାବରେ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟ ପାଇଁ ସେ କୌଣସି ପାରିଶ୍ରମିକ ମଧ୍ୟ ନେଇ ନଥିଲେ ।

୧୨ ମଇ ୨୦୧୬ରେ ଏହି ଚଳଚ୍ଚିତ୍ରଟି ପ୍ୟାରିସ୍‌ରେ ଅନୁଷ୍ଠିତ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଦେଖାଯାଇଥିଲା । ଏହି ଉତ୍ସବରେ ଓଡ଼ିଶାର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ । ଏହି ଉତ୍ସବରେ ବିଶ୍ୱସ୍ତରର ଚଳଚ୍ଚିତ୍ର ନିର୍ମାତାଙ୍କୁ ଓଡ଼ିଶାକୁ ସ୍ୱାଗତ କରିଥିଲେ ନିତୀନ ଜ‌ୱାଲେ, ଶ୍ରୀ ପଟ୍ଟନାୟକ ଏବଂ ଅଶୋକ ପଣ୍ଡା । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅପ୍ରେଲ ୨୦୧୬ରରେ ଏହା ଆଇନ‌କ୍ସ, ଭୁବନେଶ୍ୱରରେ ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଏସ. ସି. ଜମିର ମଧ୍ୟ ଉପସ୍ଥିତ ଥିଲେ ।
Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର